BHRC aims to raise awareness about human rights violations, provide legal aid and support to victims of such violations, and advocate for policy changes to protect human rights. The organization also works to promote gender equality, social justice, and sustainable development.
BHRC has been involved in various human rights issues such as police brutality, custodial deaths, torture, extra-judicial killings, and discrimination against marginalized communities. The organization has also advocated for the rights of refugees, children, and women.
Free Eye camp program.kandrakota,peddapuram (M)kakinada.AP. Regarding Chairperson Dr Purna Chandra sahoo and vice chairman and national president Rev Dr P.Nagaswararao WhatsApp 8480897212 Gmail thebhrcindia@gmail.com Info@bhrcindia.in website visit us gov.bhrcindia www.bhrcindia.in
Delivery of leftovers
Food in the mouth
According to the information, the brewery of Jaleswar area will be in Bhuji
50 people were left with food, the CHAIRPERSON contacted the BHRC HELPLINE and then contacted Baleswar District Vice President Tanmay Kumar Chand and sent them to collect food and distributed the food to the needy families.
“Our effort is your cooperation.”
Jai Hind Jai Bharat
25.10.2023
ଭାରତୀୟ ମାନବ ଅଧିକାର ପରିଷଦ ତରଫରୁ ନଗଡା ଅଞ୍ଚଳ ଗ୍ରସ୍ତ ।।
ଦିନଥିଲା ନଗଡା ବିଶ୍ୱରେ ଅପପୃଷ୍ଟି ଜନିତ ଶିଶୁମୃତ୍ୟୁ ଘଟଣା ପାଇଁ ବିଖ୍ୟାତ ଥିଲା । ସେଠାରେ ନଥିଲା ରାସ୍ତା କି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଆଦିର ବ୍ୟବସ୍ଥା । ଅଞ୍ଚଳକୁ ନେତା, ମନ୍ତ୍ରୀ କି ପ୍ରଶାସନ କାହାରି ବି ପାଦ ପଡୁ ନଥିଲା । ଏପରିକି ଯାଜପୁର ଜିଲ୍ଲା ଭୁଗୋଳ ରୁ ନଗଡା ବିଷୟରେ କାହାକୁ ଜଣା ନଥିଲା । କିନ୍ତୁ ସେହି ଅସୁବିଧା ସବୁ ଦୂର ହୋଇ ଏବେ ତାହା ଇତିହାସ ପାଲଟିଲାଣି । ଘଟଣା ପରେ ଦୀର୍ଘ ବର୍ଷ ଧରି ନଗଡା ର ଚିତ୍ର ବଦଳେଇବା ପାଇଁ ରାଜ୍ୟ ସରକାର ଲାଗି ପଡ଼ିଥିବା ବେଳେ ଏହା କେତେ ଦୂର ସଫଳ ହୋଇଛି ଜାଣିବା ଲକ୍ଷରେ ପହଞ୍ଚିଥିଲେ ଭାରତୀୟ ମାନବ ଅଧିକାର ପରିଷଦ ର ଏକ ପ୍ରତିନିଧି ଦଳ । ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ୨୯ ତାରିଖ ଶୁକ୍ରବାର ଦିନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ତଳ ନଗଡା, ମଝି ନଗଡା ଓ ଉପର ନଗଡା ବୁଲି ଦେଖିଥିଲେ । ନଜରକୁ ଆସିଲା ଯେ, ଖଣି ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏବେ ବି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଆଉ ନିୟୋଜନ କ୍ଷେତ୍ରରେ ବହୁ ପଛରେ ଅଛନ୍ତି ଏହି ଗ୍ରାମବାସୀ । ପ୍ରତିଦିନ ମୂଲ୍ୟବାନ ଖଣିଜ ସମ୍ପଦ ଲୁଟି ନେଉଥିବା ଟାଟା, ଇମ୍ଫା, ଜିନ୍ଦଲ, ବାଲେଶ୍ଵର ଆଲଓଜ, ଫେକର, ବେଦାନ୍ତ ଆଦି କମ୍ପାନୀ କେବଳ ଉପର ଚିକ୍କଣ ଦେଖାଯିବା ଭଳି କାର୍ଯ୍ୟ କରୁଛନ୍ତି । ନିରୀହ, ଅପାଠୁଆ ଅଧିବାସୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ପ୍ରାୟ ଶୂନ୍ୟ । ଏପରିକି ଓ.ଏମ୍.ସି. ଏହି ଖଣି ଅଞ୍ଚଳର ସିଂହଭାଗ ନେଇ ୧୬ ଗୋଟି ଖଣିରୁ ଉତ୍ତୋଳନ କରି ଚାଲିଥିଲେ ମଧ୍ୟ ଅଞ୍ଚଳର ଉନ୍ନତି ତଥା ପ୍ରାଥମିକ ଅଧିକାର ଓ ସୁରକ୍ଷା ବାବଦରେ ଧ୍ୟାନ ଦେଉ ନଥିବା ଦେଖିବାକୁ ମିଳୁଛି ।
ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡକ୍ଟର ସଂଗ୍ରାମ କେଶରୀ ପାତ୍ର ସେଠାରେ ଲୋକସମ୍ପର୍କ ଦାୟିତ୍ଵ ନିଭେଇ ସ୍ଥାନୀୟ ବାସୀନ୍ଦା ଙ୍କ ସହ ଆଲୋଚନା କରିଥିଲେ । ପରିଷଦର ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ପୁଷ୍ପାଞ୍ଜଳି ରଣା ଓ କେନ୍ଦୁଝର ଜିଲ୍ଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ପଦ୍ମିନୀ ସା ମହିଳା ତଥା ଶିଶୁ ମାନଙ୍କ ସହ ମିଳାମିଶା କରି ସେମାନଙ୍କର ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ । ପରିଷଦ ପକ୍ଷରୁ ସ୍ଥାନୀୟ ବାସିନ୍ଦା ଙ୍କୁ କିଛି ଶୁଖିଲା ଖାଦ୍ୟ, ବସ୍ତ୍ର ଏବଂ କମ୍ବଳ ବଣ୍ଟନ କରିବାରେ ପରିଷଦର ଜିଲ୍ଲାର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ରାଜ୍ୟ ଶିକ୍ଷା, ସ୍ବାସ୍ଥ୍ୟ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ସମସ୍ତଙ୍କୁ ଅବଗତ କରାଇ ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଏକ ନିବେଦନ ଯେ, ସରକାର ଏହି ଅଞ୍ଚଳରେ ନିଜର ଦୃଷ୍ଟି ପକେଇ ଯଥାଶୀଘ୍ର ଅସୁବିଧା ଦୂର କରନ୍ତୁ । ଦୃଷ୍ଟି ଆକର୍ଷଣ ପରେ କେବେ ଏହି ଅଞ୍ଚଳବାସୀଙ୍କ ଦୁଃଖ ଦୁରହେବ ତାହା ଆଗକୁ ଦେଖିବାକୁ ବାକି ରହିଲା !
ପ୍ରଶାସନ ଆଢ଼ୁଆଳରୁ ଅବହେଳିତ ଥିବା ଚରଣ ମୁଣ୍ଡା ପ୍ରତି ସାହାଯ୍ୟର ହାତ ବଢ଼ାଇଲା ଭାରତୀୟ ମାନବ ଅଧିକାର ପରିଷଦ ।।
କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ପୋଇପାଣି ଗ୍ରାମର ଚରଣ ମୁଣ୍ଡା, ବୟସ ୪୨ ବର୍ଷ ବୟସ୍କ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ତାଙ୍କ ପରିବାର ପ୍ରାୟ ପାଞ୍ଚ ବର୍ଷ ହେବ ଜିଲ୍ଲା ପ୍ରଶାସନର ଆଢ଼ୁଆଳରେ ରହି ଯାଇଛନ୍ତି । ସ୍ତ୍ରୀ ରୋଗ ବ୍ୟାଧିରେ ପଡ଼ି ଶଯ୍ୟାଶାୟୀ ହୋଇ ଅର୍ଥାଭାବରୁ ଶେଷରେ ଆଖି ବୁଜିଲେ । ନିଜର ଦୁଇ ଛୋଟ ଛୋଟ ଛୁଆଙ୍କ ଭରଣପୋଷଣ ପାଇଁ ଏବେ କାକୁତି ମିନତି ହେଉଛନ୍ତି ଚରଣ । ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘରଟିଏ ନା ମିଳୁଛି ପେଟକୁ ଦୁଇଓଳି ଦାନା । ତିନି ଅପୋଷା ପେଟ ପାଇଁ ସମସ୍ତେ ପର ପାଖରେ ନିତିଦିନ ହାତ ପତେଇ ଭିକ୍ଷାବୃତ୍ତି କରୁଛନ୍ତି । ଯକ୍ଷ୍ମା ରୋଗରେ ପଡ଼ି ବହୁ କଷ୍ଟରେ ଭଲ ହେବାପରେ ଏବେ ଠିକ୍ ଭାବରେ ଚାଲି ପାରୁ ନ ଥିବାରୁ ଚରଣ ଆଉ କାମଧନ୍ଦା କରିପାରୁ ନାହାନ୍ତି । ଝିଅ ବୁଦୁନି କୁ ଏବେ ୮ ବର୍ଷ ଆଉ ପୁଅ ସଞ୍ଜୟ ୬ ବର୍ଷର ହୋଇ ମଧ୍ୟ ଅର୍ଥାଭାବରୁ ବିଦ୍ୟାଳୟ ମୁହଁ ଦେଖି ପାରି ନାହାଁନ୍ତି । ଆଜକୁ ୩ ବର୍ଷ ହେବ ସରକାରୀ ଘର ଖଣ୍ଡିଏ ପାଇବା ପାଇଁ ଏ ଅଫିସ୍ ରୁ ସେ ଅଫିସ ଓ ନେତା ଆଦିଙ୍କ ପାଖକୁ ଧାଇଁ ଧାଇଁ ଆଶା ଛାଡି ଶେଷରେ ନିରାଶ ହୋଇ ବସି ରହିଛନ୍ତି ଚରଣ ।
ଏହିଭଳି ସମୟରେ ପାଖରେ ଆସି ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି ଭରତୀୟ ମାନବ ଅଧିକାର ପରିଷଦର କିଛି କର୍ମୀ । ଏହି ପରିଷଦର ଜିଲ୍ଲା ଉପ ସଭାପତି କ୍ଷମାନନ୍ଦ ମହନ୍ତ, ଜିଲ୍ଲା ସମ୍ପାଦକ ମୂରଲୀଧର ନାଏକ ଏବଂ ବେଣୁଧର ମହନ୍ତ ଙ୍କ ସହ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ଭରତ ଚନ୍ଦ୍ର ମହନ୍ତ ସମସ୍ତେ ରବିବାର ଦିନ ଯାଇ ପହଞ୍ଚିଥିଲେ ଚରଣଙ୍କ ଘରେ । ତାଙ୍କର ଅବସ୍ଥା ଦେଖି ଅଞ୍ଚଳର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଟେଲିଫୋନ ଜରିଆରେ ଆଲୋଚନା କରିଥିଲେ ପରିଷଦର କର୍ମକର୍ତ୍ତାବୃନ୍ଦ । ସ୍ଥାନୀୟ ସରପଞ୍ଚଙ୍କ ପାଖକୁ ଯାଇ କଥାବାର୍ତ୍ତା ମଧ୍ୟ କରିଥିଲେ ପରିଷଦ ବା BHRC ର ସଭ୍ୟମାନେ । କିଛି ସରକାରୀ କାଗଜପତ୍ର ଓ ପ୍ରମାଣପତ୍ର ଅଭାବ ଯୋଗୁଁ ସହାୟତାରୁ ଚରଣ ବଞ୍ଚିତ ରହିଥିବା କଥା BHRC କର୍ମକର୍ତ୍ତାଙ୍କ ଆଗରେ ସ୍ବୀକାର କରିଥିଲେ ସରପଞ୍ଚ ଆଶୀର୍ବାଦ ନାଏକ ମହାଶୟ । ଆଗକୁ ଯେତେଶିଘ୍ର ଏହି କାଗଜପତ୍ର ସରକାରୀ ସ୍ତରରୁ ମିଳିଯିବ ତେବେ ସମସ୍ତ ସୁବିଧା ସୁଯୋଗ ସେତେଶିଘ୍ର କରିଦେବାକୁ କଥା ଦେଇଛନ୍ତି ସରପଞ୍ଚ ବାବୁ । ଶେଷରେ BHRC ତରଫରୁ ସରକାରଙ୍କୁ ଏତିକି ନିବେଦନ ଯେ, ଆମ୍ଭ ପ୍ରଚେଷ୍ଟାକୁ ଫଳପ୍ରଦ କରି କୋମଳମତି ଛୁଆ ମାନଙ୍କୁ ପାଠ ପଢିବାରେ ଏବଂ ଚରଣ ମୁଣ୍ଡାଙ୍କୁ ଯଥାଶୀଘ୍ର ଭତ୍ତା ଓ ପକ୍କା ଘର ଖଣ୍ଡିଏ ସହ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବାରେ ସହଯୋଗ କରନ୍ତୁ ।
POGRAM 2024 JAN 26